ରାସଗୋବିନ୍ଦପୁର: ବାଛୁରୀପାଳ,ବରକନ୍ଦ,ବାଘାସାହିରେ ଉପଜିଲ୍ଲାପାଳ ଚଢାଉକରି ବେଆଇନ ବାଲିଡିପୋରୁ ଦଶଲକ୍ଷ ଟଙ୍କାର ଜରିମାନା ଆଦାୟ ସମେତ ଜେସିବି ମେସିନ ଜବତ କଲେ
ମୋରଡା ନିର୍ବାଚନ ମଣ୍ଡଳୀ ଅଧୀନ ବାଛୁରୀପାଳ, ବରକନ୍ଦ, ବାଘାସାହି ସମେତ ବିଭିନ୍ନ ସ୍ଥାନରେ ଶୁକ୍ରବାର ଅପରାହ୍ନ ତିନିଟାରେ ଚଢାଉକରି ବିପୁଳ ପରିମାଣର ବେଆଇନ ବାଲିଡିପୋ ଏବଂ ଜେସିବି ମେସିନ ଜବତକଲେ ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା l ବେତନଟୀରେ ତହସିଲଦାରଙ୍କୁ ବାଲିମାଫିଆଙ୍କ ଆକ୍ରମଣ ଘଟଣାରେ ଆକ୍ସନ ମୋଡ଼କୁ ଆସିଥିବା ଜିଲ୍ଲା ପ୍ରଶାସନ ପ୍ରଥମେ ବେତନଟୀ ଓ ବଡସାହି ବ୍ଲକର ବିଭିନ୍ନ ବାଲିଡିପୋରେ ଚଢାଉକରି ଜବତ କରିଥିଲେ l