ଶନିବାର ରାତି 8.30 ମିନିଟ ସମୟରେ ବୁଟୁପାଲି ଠାରେ ଗାୟତ୍ରୀ ମହାଯଜ୍ଞ ଅବସରରେ ଦୀପ ଯଜ୍ଞ ଅନୁଷ୍ଠିତ ଯାଇଛି l ଉକ୍ତ ଦୀପ ଯଜ୍ଞରେ ସହସ୍ରାଧିକ ଶ୍ରଦ୍ଧାଳୁ ନିଜ ନିଜ ପରିବାର ଓ ଆତ୍ମୀୟ ସ୍ବଜନଙ୍କ ମଙ୍ଗଳ କାମନା କରି ଦୀପ ଯଜ୍ଞରେ ସାମିଲ୍ ହୋଇଥିଲେ | ଦୀପ ଦାନର ମନ୍ତ୍ର ଉଚ୍ଚାରଣ ହେବା ପରେ ସମସ୍ତ ଶ୍ରଦ୍ଧାଳୁ ଏକ କାଳିନ ଦୀପ ପ୍ରଜ୍ୱଳନ କରିଥିଲେ |