ବେତନଟୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଏମ୍ପିସି ହାଇସ୍କୁଲ ଖେଳପଡିଆରେ ବୁଧବାର ଆୟୋଜିତ ବେତନଟୀ ପ୍ରିମିୟର ଲିଗ-୨୦୨୫ ସିଜିନ-୧୨କୁ ମୁଖ୍ୟଅତିଥି ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି ଆନୁଷ୍ଠାନିକ ଭାବରେ ଶୁଭ ଉଦଘାଟନ କରିଥିବା ବେଳେ ଏହା ବୁଧବାର ଅପରାହ୍ନ ଚାରିଟାରେ ଉଦଯାପିତ ହୋଇଯାଇଛି l ଆୟୋଜକ ବେତନଟୀ କ୍ରିକେଟ କ୍ଲବର ସଭାପତି ଶଶିକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ ଉତ୍ସବର ଆୟୋଜନ କରାଯାଇଥିଲା l