ଝାରସୁଗୁଡା: ଥାଇଲାଣ୍ଡରେ ଦୁଇଟି ସ୍ୱର୍ଣ ପଦକ ଜିତିଥିବା ବେଲପାହାଡ ମାଟିର ପୁଅ ଗୋବିନ୍ଦ ଦୁବେଙ୍କୁ ବେଲପାହାଡରେ ସମ୍ବର୍ଧିତ କଲେ ରାଜସ୍ୱ ମନ୍ତ୍ରୀ
ଥାଇଲାଣ୍ଡରେ ଅନୁଷ୍ଠିତ ୱାଲ୍ଡ ଏବିଲିଟି ସ୍ପୋର୍ଟ୍ସ ଗେମରେ ଦୁଇଟି ସ୍ୱର୍ଣ ପଦକ ଜିତିଥିବା ବେଲପାହାଡ ମାଟି ର ପୁଅ ଗୋବିନ୍ଦ ଦୁବେ ଙ୍କୁ ବେଲପାହାଡରେ ସମ୍ବର୍ଦ୍ଧିତ କଲେ ରାଜସ୍ୱ ମନ୍ତ୍ରୀ l ନଭେମ୍ବର ୧୭ ତାରିଖ ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ୱାଲ୍ଡ ଏବିଲିଟି ସ୍ପୋର୍ଟ୍ସ ଗେମ ରେ ପୁରୁଷ ଲଙ୍ଗ ଜମ୍ପ ଏବଂ ୨୦୦ ମିଟରରେ ଗୋବିନ୍ଦ ଦୁବେ ସ୍ଵର୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି l ଆଜି ଅପରାହ୍ନ ପ୍ରାୟ ୪ ଟା ରେ ବେଲପାହାଡରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କ ସହ ବେଲପାହାଡ ବାସୀ ଗୋବିନ୍ଦଙ୍କୁ ସମ୍ବର୍ଦ୍ଧିତ କରିବା ସହ ଭବିଷ୍ୟତ ପାଇଁ ଶୁଭ କାମନା ଦେଇଛନ୍