ବୌଦ୍ଧ ସଦର: ଚାରିଛକ ଠାରେ ଅଲ୍ ଇଣ୍ଡିଆ କଂଗ୍ରେସ ପର୍ଯବେକ୍ଷକ ଶ୍ରୀନିବାସ ବିଭିଙ୍କ ବନ୍ଧୁ ମିଳନ ଓ ସାମ୍ବାଦିକ ସମ୍ମିଳନୀ
ସୋମବାର ଦିନ ବୌଦ୍ଧ ଜିଲ୍ଲା ଚାରିଛକ ସ୍ଥିତ ଅନ୍ସୁଲା ପାନ୍ଥିକା ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ବନ୍ଧୁ ମିଳନ ଓ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଅଲ୍ ଇଣ୍ଡିଆ ଯୁବ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀନିବାସ ବିଭି ଯୋଗ ଦେଇଥିଲେ | ଜିଲ୍ଲା କଂଗ୍ରେସ କମିଟି ସଂଯୋଜକ ନବ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀନିବାସ ବିଭିଙ୍କ ସହ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଆକବର ଖାନ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ l