ଯାଜପୁର: ନୂଆଗଡ ଛକରେ ଚିପ୍ସ ବୋଝେଇ ଡ୍ରମ୍ଫର ଗାଡି ଧକ୍କାରେ ଗୋଟେ ଗୋରୁ ମୃତ,3ରୁ ଉର୍ଦ୍ଧ ଆହତ, ଗାଡିକୁ ଅଟକ ରଖିଲେ ସ୍ଥାନୀୟ ଲୋକ
Jajapur, Jajpur | Oct 23, 2025 ନୂଆଗଡ ଛକରେ ଚିପ୍ସ ବୋଝେଇ ଡ୍ରମ୍ଫର ଗାଡି ଧକ୍କାରେ ଗୋଟେ ଗୋରୁ ମୃତ,3ରୁ ଉର୍ଦ୍ଧ ଆହତ, ଗାଡିକୁ ଅଟକ ରଖିଲେ ସ୍ଥାନୀୟ ଲୋକ l ଆଜି ଚିପ୍ସ ବୋଝେଇ ଡ୍ରମ୍ଫର ଗାଡି କଳିଙ୍ଗନଗର ଅଂଚଳରୁ ଦ୍ରୁତଗତିରେ ଆସୁଥିଲା l ହଠାତ ନୂଆଗଡ ଛକରେ କିଛି ଗାଈ ରାସ୍ତା ପାର ହେଉଥିବା ସମୟରେ ଡ୍ରମ୍ଫର ଗାଡି ଧକ୍କା ଦେଇଥିଲା l ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ଗୋଟିଏ ଗାଈ ମୃତ୍ୟୁ ବରଣ କରିଥିବା ବେଳେ 3ରୁ ଉର୍ଦ୍ଧ ଗୋରୁ ଆହତ ହେଇଥିବା ସୂଚନା ମିଳିଛି l ସେପଟେ ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକେ ପହଂଚି ଗାଡିକୁ ଅଟକ ରଖିବା ସହିତ ଆହତ ଗୋରୁକୁ ଚିକିତ୍ସା ପାଇଁ ନେଇଥିଲେ