କୋରାପୁଟ ସହର: କୋରାପୁଟ ପୌର ପରିଷଦ ଅଧିନରେ ରହିଥିବା ଅଧିକାଂଶ ରାସ୍ତା ଅବସ୍ଥା ଶୋଚନୀୟ, ତୁରନ୍ତ ମରାମତି ନେଇ ସୂଚନା ଦେଲେ ମୁନସିପାଲଟି ଚେୟାରମେନ
କୋରାପୁଟ ପୌର ପରିଷଦ ଅଧିନରେ ରହିଥିବା ରାସ୍ତା ଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡିଛି। କୋରାପୁଟ ପୌର ପରିଷଦର ବିଭିନ୍ନ ୱାର୍ଡର ରାସ୍ତା ସହ କୋରାପୁଟ ବସଷ୍ଟାଣ୍ଡ କୁ ପ୍ରବେଶ କରୁଥିବା ରାସ୍ତାର ଅନେକ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇ ଯିବା ଆସିବାରେ ଅସୁବିଧା ହେଉଛି। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ପୁରୁଣା ରାସ୍ତା ଗୁଡ଼ିକର ଉନ୍ନତିକରଣ କରାଯିବ ବୋଲି ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଆଜି ଅପରାହ୍ନ ୪ଟା ସମୟରେ କହିଛନ୍ତି।ବିଭାଗୀୟ ଯନ୍ତ୍ରୀଙ୍କୁ ଆକଳନ କରିବାକୁ କୁହାଯାଇଛି।ସବିଶେଷ ତଥ୍ୟ ରିପୋର୍ଟ ରାଜ୍ୟ ସରକାରଙ୍କୁ ପଠାଯିବ ।ସେଠାରୁ ଅନୁମୋଦିତ ହେଲେ ରାସ୍ତା କାମ ଆରମ୍ଭ କର