ଉତ୍ତରା ପୋଲିସ ଷ୍ଟେସନ: ଦୟାନଦୀ କୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
ଧଉଳି ଥାନା ଅନ୍ତର୍ଗତ ଦୟା ନଦୀ କୂଳରୁ ଆଜି 8.45ରେ ମହିଳା ଙ୍କ ମୃତଦେହ ଉଦ୍ଧାର | ମହିଳାଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରୁଛି ପୋଲିସ | ମହିଳାଙ୍କ ଶରୀର ରେ ରହିଛି ଏକାଧିକ କ୍ଷତ ଚିହ୍ନ | ପାଖାପାଖି 10 ଦିନ ପୂର୍ବରୁ ମହିଳାଙ୍କ ମୃତଦେହ ଏଠାରେ ପଡିଥିବା ସନ୍ଦେହ କରୁଛି ପୋଲିସ | ଘଟଣା ସ୍ଥଳରେ ଧଉଳି ଥାନା ପୋଲିସ ଛାନବିନ କରୁଛି | ମୃତ ଦେହକୁ ଉଦ୍ଧାରକରୀ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଲା ପୋଲିସ | ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି | ପରିଚୟ ଜାଣିବା ପାଇଁ ପୋଲିସ ଆଖପାଖ ଥାନା ଶହ ଯୋଗାଯୋଗ କରିଛି |