କୋରାପୁଟରେ ଭାଣ୍ଡି ସାହିରେ ବ୍ୟବସାୟ କରୁଥିବା ବେଳେ ରାସ୍ତା ପ୍ରଶସ୍ତିକରଣ ସମୟରେ ଦୋକାନ ଉଛେଦ କରିଥିଲା ପୌର ପ୍ରଶାସନ। ଦୋକାନ ଉଛେଦ ପରେ କିନ୍ତୁ ଥଇଥାନ ପ୍ରତିଶୃତି ଦେଇ ଭୁଲିଗଲେ। ଫଳରେ ଆଜି ପର୍ଯ୍ୟନ୍ତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବ୍ୟବସାୟୀ । କୋରାପୁଟ ସହରରେ ନୁତନ ଭେଣ୍ଡି ଜୋନ୍ ନିର୍ମାଣ ହୋଇଥିବା ବେଳେ ସେଥିରେ ଥଇଥାନ କରିବାକୁ ଆଜି ଦିନ ୨ଟା ସମୟରେ ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।