ସଦର: କଳିଙ୍ଗା ଘାଟିରେ ଭୁସ୍ଖଳନ ବାତିଲ ହେଲା ଭବାନୀପାଟଣା ରୁ କଟକ ଏବଂ ବ୍ରହ୍ମପୁରକୁ ଯାତାୟତ କରୁଥିବା OSRTCର ବସ୍
ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲା ସୀମାନ୍ତରେ ଥିବା କଳିଙ୍ଗା ଦୁର୍ଗାପ୍ରସାଦ ମଧ୍ୟରେ ଥିବା କଳିଙ୍ଗା ଘାଟିରେ ଭୁସ୍ଖଳନ ହେଉଛି। ରାସ୍ତା ଉପରେ ପଥର ଖସୁଛି। ଯାହା ଏହି ରାସ୍ତା ଦେଇ ଯାତାୟତ ନିରାପଦ ନୁହେଁ। ତେଣୁ ମଙ୍ଗଳବାର ଅପରାହ୍ନରେ ଭବାନୀପାଟଣା ରୁ କଟକ ଏବଂ ବ୍ରହ୍ମପୁର କୁ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଦୁଇଟି ବସ୍ କୁ OSRTC ପକ୍ଷରୁ ବାତିଲ କରାଯାଇଛି।