ଛେଣ୍ଡିପଦା: ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପାଲଲହଡା ବିଧାୟକ
ଛେଣ୍ଡିପଦା କଣିହାଁ ଅଞ୍ଚଳର ବିଭିନ୍ନ ଗ୍ରାମରେ ଏକାଧିକ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି। ଉଦଘାଟିତ ହୋଇଥିବା ପ୍ରକଳ୍ପ ମଧ୍ୟରେ ରହିଛି, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ହାଟ ପିଣ୍ଡି ପ୍ରମୁଖ ରହିଛି। ସେହିପରି ଭିତିପ୍ରସ୍ତର ସ୍ଥାପନ ହୋଇଥିବା ପ୍ରକଳ୍ପ ମଧ୍ୟରେ ରହିଛି, କଂକ୍ରିଟ ରାସ୍ତା, ପାନୀୟ ଜଳ ପ୍ରକଳ୍ପ ପ୍ରମୁଖ। ଏହି କାର୍ଯ୍ୟକ୍ରମରେ ଅନ୍ୟ ଲୋକ ପ୍ରତିନିଧି ମାନେ ମଧ୍ୟ ସାମିଲ ହୋଇଥିଲେ।