ନବରଙ୍ଗପୁର ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ । ଆଜି ନବରଙ୍ଗପୁର ମହାବିଦ୍ୟାଳୟରେ ତିନିଦିନ ଧରି ତା 10/12/2025 ଠାରୁ ତା 12/12/2025 ପର୍ଯ୍ୟନ୍ତ ଚାଲୁ ରହିଥିବା କ୍ରୀଡା ମହୋତ୍ସବ ଉଦଯାପିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ ଯୋଗଦାନ କରିଥିଲେ । ବିଧାୟକଙ୍କ ଦ୍ୱାରା କ୍ରୀଡା ମହୋତ୍ସବରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଏବଂ ମାନପତ୍ର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଅଧ୍ୟକ୍ଷ ଡି ଗୋବିନ୍ଦା ରାଓ ସଭାପତିତ୍ୱ କରିଥିଲେ ।