ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭୂଇଁପୁର ନଦୀ ଘାଟରେ ବୁଡିବାର ୩୬ ଘଣ୍ଟା ପରେ ମଧ୍ୟ ଯୁବକଙ୍କ ପତ୍ତା ମିଳୁନାହିଁ
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ବଣସିଙ୍ଗ ନିକଟ ଭୂଇଁପୁର ଘାଟରେ ଜଣେ ୨୧ ବର୍ଷୀୟ ଯୁବକ ନଦୀରେ ବୁଡ଼ିଯାଇ ନିଖୋଜ ଅଛନ୍ତି। ଆଜି ତା ୧୫।୧୦ ରିଖ ରାତି ୯ ଘଣ୍ଟା ସୁଦ୍ଧା ୩୬ ଘଣ୍ଟା ପୁରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳୁନାହିଁ। । ସୂଚନା ଅନୁସାରେ ଆଠଗଡ ଅଞ୍ଚଳର ରାଜେଶ ଦାସଙ୍କ ଏକ ମାତ୍ର ପୁଅ ଜ୍ଞାନେଶ ଦାସ ବୟସ ୨୧ ବର୍ଷ ଗତକାଲି ଢେଙ୍କାନାଳ ଲକ୍ଷ୍ମୀପୂଜା ବୁଲି ଆସିଥିବା ବେଳେ ତାଙ୍କ ଅଜାଘରେ ବଣସିଂହକୁ ଆସିଥିଲେ। ଗତକାଲି ସକାଳ ୯ ଘଣ୍ଟା ସମୟରେ ଅଜା ଘର ନିକଟ ଭୂଇଁ ପୁର ନଦୀ ଘାଟକୁ ମାମୁଙ୍କ ସାଙ୍ଗରେ ଗାଧୋଇବାକୁ ଯାଇଥିଲେ।