ସୋର ଖରିଦାରୁ ତରତୁଆ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରୁ ଜବରଦଖଲକୁ ପ୍ରଶାସନ ତରଫରୁ ଉଚ୍ଛେଦ କରାଯାଇଛି। ଏହି ପୂର୍ତ୍ତ ବିଭାଗ ତରଫରୁ ଏହି ରାସ୍ତା ନିର୍ମାଣ ବେଳେ ଦୀର୍ଘଦିନ ଧରି ଜବରଦଖଲ କରି ରଖିଥିବା ଲୋକମାନେ ଏହାକୁ ନ ଛାଡ଼ିବାରୁ ରାସ୍ତାକାମ ବନ୍ଦ ହୋଇ ରହିଥିଲା। ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ କ୍ରମେ ଆଜି ପ୍ରାଶାସନ ତରଫରୁ ତହସିଲଦାର ଦୈତାରୀ ମଲ୍ଲିକ, ଅତିରିକ୍ତ ତହସିଲଦାର କୃଷ୍ଣ ମୋହନ ସିଂ ସୋର ପୁଲିସ ସହାୟତାରେ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଏହି ଜବରଦଖଲକୁ ଉଚ୍ଛେଦ କରାଯାଇଛି। ଯାହା ଫଳରେ ଏହି ରାସ୍ତା ନିର୍ମାଣ ପାଇଁ ବାଧକ ଦୂର ହୋଇଯାଇଛି।