ସମ୍ବଲପୁର ମ୍ୟୁନିସିପାଲଟି: ପର୍ଶୁରାମ ଭବନରେ ରକ୍ତଦାନ ଶିବିର ଅନୁଷ୍ଠିତ, ଆୟୋଜକଙ୍କ ପ୍ରତିକ୍ରିୟା
ଆଜି ସମ୍ବଲପୂର ସହରର ପର୍ଶୁରାମ ଭବନଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭଗବାନ ପର୍ଶୁରାମଙ୍କ ଜନ୍ମୋତ୍ସବ ପାଳନ ଉପଲକ୍ଷେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ଶ୍ରୀ ପର୍ଶୁରାମ ଯୁବକ ସଂଘ, ମାରୱାଡ଼ି ବ୍ରାହ୍ମଣ ସଭା, ବ୍ରାହ୍ମଣ ମହିଳା ପ୍ରକୋଷ୍ଠ ପକ୍ଷରୁ ସମ୍ବଳ ଅନୁଷ୍ଠାନ ସହଯୋଗରେ ଆୟୋଜନ କରାଯାଇଥିଲା।100 ୟୁନିଟ ରକ୍ତ ସଂଗୃହିତ ହେବା ଲକ୍ଷ୍ୟରେ ଆୟୋଜିତ ଶିବିରରେ ବହୁ ସଂଖ୍ୟାରେ ରକ୍ତଦାତା ମାନେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରୁଥିବା ପରିଲକ୍ଷିତ ହୋଇଥିଲା। ଏନେଇ ଆୟୋଜକ ମାନେ ନିଜ ପ୍ରତିକ୍ରିୟା ରଖିଥିଲେ।