ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଲ୍ଲା ପାଇଁ ୟେଲୋ ଚେତାବନୀ ଦେଲା ରାଜ୍ୟ ପାଣିପାଗ କାର୍ଯ୍ୟାଳୟ
ଆସନ୍ତା 28 ତାରିଖ ସକାଳ 8,30 ରୁ 29 ତାରିଖ ସକାଳ 8,30 ପର୍ଯ୍ୟନ୍ତ ସମ୍ବଲପୂର ଜିଲ୍ଲାକୁ ୟେଲୋ ଚେତାବନୀ ଦେଲା ରାଜ୍ୟ ପାଣିପାଗ କାର୍ଯ୍ୟାଳୟ। ଏନେଇ ଆଜି ରାତିରେ ସୁଚନା ମିଳିଛି। ମିଳିଥିବା ସୁଚନା ଅନୁସାରେ ଆସନ୍ତା 28 ତାରିଖ ସକାଳ 8,30 ରୁ 29 ତାରିଖ ସକାଳ 8,30 ପର୍ଯ୍ୟନ୍ତ ସମ୍ବଲପୂର ଜିଲ୍ଲାରେ ବଜ୍ରପାତ ପ୍ରଭାବ ଦେଖାଦେବା ସହ ଭୂପୃଷ୍ଠରେ 40-50 ବେଗର ପବନ ବହିବ। ଏଥିସହ ଜିଲ୍ଲାର କିଛି ସ୍ଥାନରେ ପବନର ବେଗ 30-40 କିମି ଘଣ୍ଟା ପ୍ରତି ରହିବା ସହ ପ୍ରବଳ ବର୍ଷା ମଧ୍ୟ ହେବା ନେଇ ସମ୍ଭାବନା ରହିଛି।