ସମ୍ବଲପୁର ମ୍ୟୁନିସିପାଲଟି: ଗଙ୍ଗାଧର ମଣ୍ଡପ ପଡ଼ିଆ ଠାରେ ଜିଲ୍ଲାର 4 ଜଣ ଜାତୀୟ ସ୍ତରୀୟ ମହିଳା ଖେଳାଳିଙ୍କୁ ଦିଆଗଲା ସମ୍ବର୍ଦ୍ଧନା
ଆଜି ରାତିରେ ସମ୍ବଲପୂର ଗଙ୍ଗାଧର ମଣ୍ଡପ ପଡ଼ିଆ ଠାରେ ସମ୍ବଲପୂର ଜିଲ୍ଲାର 4 ଜଣ ଜାତୀୟ ସ୍ତରୀୟ ମହିଳା ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ନିକଟରେ ଅନୁଷ୍ଠିତ ସପ୍ତମ ଜାତୀୟ ମାଷ୍ଟର ପ୍ରତିଯୋଗିତାରେ ସମ୍ବଲପୂର ଜିଲ୍ଲାରୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଆନ୍ତର୍ଜାତୀୟ ମାଷ୍ଟର ଆଥଲେଟ ରେଖା ଦେଙ୍କ ସମେତ ରାସେଶ୍ୱରୀ ବାଗ,ସୁନିତା ବାଗ, ସରସ୍ୱତୀ ସେଠୀଙ୍କୁ ସମ୍ବଲପୂର କବାଡି କ୍ଲବ ପକ୍ଷରୁ ପଶ୍ଚିମ ଓଡିଶା ସ୍ତରୀୟ କବାଡି ପ୍ରତିଯୋଗିତା ସମ୍ବଲପୂର କବାଡି ପ୍ରିମିୟର ଲିଗ୍ ପ୍ରତିଯୋଗିତା ଅବସରରେ ମଞ୍ଚରେ ସ୍ୱତନ୍ତ୍ର ଭାବରେ ସମ୍ପର୍ଦ୍ଧନା ଜ୍ଞାପନ କରାଯାଇଥିଲା।