କୋରାପୁଟ ସହର: କୋରାପୁଟ ବିଧାୟକ ବାସଭବନରେ ବିଜେଡି ସମର୍ଥିତ ସମିତି ସଭ୍ୟାଙ୍କ ବିଜେପିରେ ଯୋଗଦାନ
କୋରାପୁଟ ବିଧାୟକଙ୍କ ବାସଭବନରେ ଆଜି ରାତି ୮ଟା ସମୟରେ ବିଜେଡି ସମର୍ଥିତ ସମିତି ସଭ୍ୟା ବିଜେପିରେ ଯୋଗଦେଇଛନ୍ତି। ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବୋଦାପୁଟ ପଞ୍ଚାୟତର ବିଜେଡି ସମର୍ଥନ ବିଜୟୀ ହୋଇଥିବା କମଳା ହରିଜନ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି।ଏଥିସହ ତାଙ୍କ ସ୍ଵାମୀ ଭକ୍ତ ହରିଜନ ମଧ୍ୟ ବିଜେପିରେ ଯୋଗଦେଇଛନ୍ତି।ବିଧାୟକ ରଘୁରାମ ମାଛଙ୍କ ଉପସ୍ଥିତିରେ ସ୍ଵାମୀ ଓ ସ୍ତ୍ରୀ ବିଜେପିରେ ମିଶିଛନ୍ତି।କୋରାପୁଟ ବିଧାୟକ ଶ୍ରୀ ମାଛ ଉଭୟଙ୍କୁ ବିଜେପି ଟୋପି ଏବଂ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ।