ରାସଗୋବିନ୍ଦପୁର: ଭାଲୁକଚୁଆରେ ଚୋରା ଦେଶିମଦ କାରଖାନାରେ ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ମହୁଲପୋଚ, ରନ୍ଧାମଦ ଓ ସାରଞ୍ଜାମ ଜବତ ପୂର୍ବକ ନଷ୍ଟ କରାଗଲା
ମୋରଡା ବ୍ଲକ ଅଧୀନ ଭାଲୁକଚୁଆ ଗ୍ରାମରେ ଚଢ଼ାଉକରି ବୁଧବାର ଅପରାହ୍ନ ଚାରିଟାରେ ବିପୁଳ ପରିମାଣର ମହୁଲପୋଚ, ରନ୍ଧାମଦ ସମେତ ମଦ ପ୍ରସ୍ତୁତିରେ ବ୍ୟବହୃତ ସରଞ୍ଜାମ ଜବତ ପୂର୍ବକ ନଷ୍ଟ କଲା ଅବକାରୀ ବିଭାଗ l ସୂଚନା ମୁତାବକ ଭାଲୁକଚୁଆ ଗ୍ରାମରେ ଚୋରାମଦ କାରଖାନା ଚାଲିଥିବାର ଖବରପାଇ ଅବକାରୀ ବିଭାଗ ପକ୍ଷରୁ ବୁଧବାର ଅପରାହ୍ନରେ ଚଢ଼ାଉ କରାଯାଇ ଘଟଣାସ୍ଥଳରୁ ବିପୁଳ ପରିମାଣର ମହୁଲପୋଚ, ରନ୍ଧା ମହୁଲିମଦ ଓ ସରଞ୍ଜାମ ନଷ୍ଟ କରାଯାଇଛି l