ଆଜି ନଭେମ୍ୱର 5 ତାରିଖ ବୁଧବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ହିନ୍ଦୁଧର୍ମର ଧର୍ମ ମାସ। ଏ ନେଇ ବଡି ଭୋରରୁ ବୁଡ଼ ପକାଇ ପ୍ରଭୁ କାର୍ତ୍ତିକଙ୍କ ପୂଜାର୍ଚ୍ଚନା କରିବା ସହ ସାରା ମାସ ଧରି ସାତ୍ଵିକ ଅନ୍ନ ଗ୍ରହଣ କରିଥିବା ବ୍ରତୀ ମାନେ ନିଜ ନିଜର ଅଂଚଳରେ ଥିବା ମନ୍ଦିରରେ ପହଞ୍ଚି ଛନ୍ତି। ଭଗବାନଙ୍କ ନିକଟରେ ମୁଣ୍ଡିଆ ମାରି ମାସକ ଯାକର ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହି କ୍ରମରେ ସଦର ବ୍ଲକ ମେଢେଶ୍ୱରଙ୍କ ମନ୍ଦିରରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଜମିଛି। ସନ୍ଧ୍ୟା ଆଳତୀ ଦେବା ନେଇ କେତେକ ଭକ୍ତ 4:45 ରୁ ମନ୍ଦିର ପରିସରରେ ଧାଡ଼ି ବାନ୍ଧିଛନ୍ତି।