ତଲସରା: କୁତ୍ରା କଲ୍ୟାଣ ମଣ୍ଡପ ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ବୈଠକ ଅନୁଷ୍ଠିତ
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା କଲ୍ୟାଣ ମଣ୍ଡପ ଠାରେ ଆଜି ବ୍ଳକ ପ୍ରଶାସନ ପକ୍ଷରୁ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ବୈଠକ ଅନୁଷ୍ଠିତ ହୋଇଛି। ଡାକ୍ତରଖାନା ର ସ୍ବାସ୍ଥ୍ୟ ଅଧିକାରୀ ଡଃ ଶ୍ରୀକାନ୍ତ ଟପ୍ପୋ ଙ୍କର ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁତ୍ରା ସରପଞ୍ଚ ଭୂବନ କୁଜୁର ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।