ବାଲିିଅନ୍ତା: ଦଣ୍ଡିଲୋ ଗ୍ରାମରେ ଥିବା ଏକ ପୋଖରୀରୁ ଶିଶୁ ଉଦ୍ଧାର
ସୋମବାର ପୂର୍ବାହ୍ନ ପ୍ରାୟ ଏଗାରଟା ସମୟରେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ନିକଟସ୍ଥ ସରକଣା ପଞ୍ଚାୟତ ଦଣ୍ଡିଲୋ ଗ୍ରାମରେ ଥିବା ଲିଙ୍ଗରାଜଙ୍କ ପୋଖରୀରୁ ଏକ ମୃତ ନବ ଜାତ ଶିଶୁ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ଶୌଚ ହେବା ପାଇଁ ପୋଖରୀକୁ ଯାଇଥିଲେ ସେତିକି ବେଳେ ଏକ ବ୍ୟାଗରେ ମୃତ ଶିଶୁ ଭାସୁଥିବା ଦେଖିବାକୁ ପାଇଥିଲେ। ପରେ ଖବର ପାଇ ବାଲିଅନ୍ତା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।