ନୂଆପଡା: କୁରୁମପୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସ ଉପଲକ୍ଷେ "ଏକ୍ ପେଡ ମା କେ ନାମ୍ " କାର୍ଯ୍ୟକ୍ରମରେ ଆଜି ନୂଆପଡା ଜିଲ୍ଲାରେ ୫,୭୨,୪୦୭ ବୃକ୍ଷ ରୋପଣ କରାଯାଇଛି l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିଲା l ଏହି ପରିପ୍ରେକ୍ଷୀରେ କୁରୁମପୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଉତ୍ସାହର ସହ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।