ଉତ୍ତରା ପୋଲିସ ଷ୍ଟେସନ: ନୂଆଗାଁ ସ୍ଥିତ ରାମଜୀ ଆକ୍ଵାରମରୁ ପାରା ଚୋରି ଘଟଣା, ଦୁଇ ଜଣଙ୍କୁ ଗିରଫ କଲା ଧଉଳି ଥାନା ପୋଲିସ
ନୂଆଗାଁ ସ୍ଥିତ ରାମଜୀ ଆକ୍ଵାରମରୁ ପାରା ଚୋରି ଘଟଣା | ଆଜି 3.23ରେ ଅଭିଯୋଗ ପରେ ଦୁଇଜଣଙ୍କୁ ଗିରଫ କଲା ଧଉଳି ପୋଲିସ | 90ହଜାର ରୁ ଅଧିକ ଟଙ୍କାର ପାରା ଚୋରି ନେଇ ଅଭିଯୋଗ କରିଥିଲେ ଦୋକାନୀ | ଦୋକାନ ର କବାଟ କାଟି ଚୋରି ର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା | ଗିରଫ ୨ ଅଭିଯୁକ୍ତଙ୍କୁ ପଚରା ଉଚରା କରୁଛି ଧଉଳି ଥାନା ପୋଲିସ | ଗିରଫ ୨ ଅଭିଯୁକ୍ତଙ୍କ ନାଁରେ ଆଉ କୌଣସି ଅପରାଧିକ ମାମଲା ରହିଛିକି ସେନେଇ ଅଧିକ ଖୋଳତାଡ଼ କରୁଛି ପୋଲିସ |