ପାରଳାଖେମୁଣ୍ଡି: ଆସନ୍ତା କାଲି ଜିଲ୍ଲାରେ ବର୍ଷାକୁ ନେଇ ୟେଲୋ ସଙ୍କେତ ଜାରି କଲା ଆଇ ଏମ ଡି ବିଭାଗ
ଆସନ୍ତା କାଲି ଜିଲ୍ଲାରେ ବର୍ଷାକୁ ନେଇ ୟେଲୋ ସଙ୍କେତ ଜାରି କଲା ଆଇ ଏମ ଡି ବିଭାଗ। ଗଜପତି ଜିଲ୍ଲା କୁ ଆସନ୍ତା କାଲି ଅର୍ଥାତ 16/ଅଗଷ୍ଟ/2025 ତାରିଖରେ ବର୍ଷାକୁ ନେଇ ୟେଲୋ ସଙ୍କେତ ଜାରି କରିଛି ଆଇ ଏମ ଡି ବିଭାଗ। ଗଜପତି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ 30ରୁ040 କିଲୋମିଟର ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଯାହାକୁ ନେଇ ଆଜି ଅପରାହ୍ନ ପାଞ୍ଚଟା ବେଳେ ଜିଲ୍ଲା ପାଣିପାଗ ବିଭାଗ ପକ୍ଷରୁ ଜନ ସାଧାରଣଙ୍କୁ ଘଡଘଡି ସମୟରେ ସତର୍କ ରହି ସୁରକ୍ଷିତ ସ୍ଥାନରେ ରହିବା ନେଇ କହିଛି।