କଲମପୁର ପ୍ରାଥମିକ କୃଷି ସମବାୟ ସମିତି ଅଧିନରେ ରହିଛି କଲମପୁର ଧାନ ମଣ୍ଡି। ଏହି ମଣ୍ଡିରେ ଚାଷୀଙ୍କ ଧାନ ଖରିଦ ପାଇଁ ମୁଖିଗୁଡା ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ସଂଯୋଗ ହେଇଛି ଡିଜିଟାଲ ଓଜନ କଣ୍ଟା । ଯାହା ଓଜନ ଓ ମାପ ବିଭାଗ ପକ୍ଷରୁ ପରୀକ୍ଷା କରିବା ସହ ସ୍ୱୀକୃତ ହେଇଛି । କିନ୍ତୁ ଏହି ଓଜନ କଣ୍ଟା ଠାରେ ଓଜନ କରି ନେଇଥିବା ଟ୍ରକରୁ ୨ରୁ ୩ କ୍ରିଣ୍ଟାଲ ଧାନ କମ୍ ବାହାରୁଥିବା ଅଭିଯୋଗ କରି କେସିଙ୍ଗା ଅଂଚଳର କିଛି ମିଲର୍ସ ଧାନ ଉଠାଣ କରିବାରେ ଅମଙ୍ଗ । ତେଣୁ ଏହାର ସମାଧାନ ପାଇଁ ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ ପ୍ରତିନିଧି।