ଜଗତସିଂହପୁର: ଡାହାଣୀଖିଆ ପୋଲ ନିକଟରେ ବାଲି ଚୋରା ଚାଲାଣ ଘଟଣାରେ ୨ ଜଣଙ୍କୁ ଗିରଫ ସହ ୨ଟି ଟ୍ରାକ୍ଟର ଜବତ କଲା ନାଉଗାଁ ପୋଲିସ
ଡାହାଣୀଖିଆ ପୋଲ ନିକଟରେ ଚୋରା ବାଲି ଚାଲାଣ ଘଟଣାରେ ଦୁଇ ଜଣଙ୍କୁ ଗିରଫ ସହିତ ଦୁଇଟି ଟ୍ରାକ୍ଟର ଜବତ କରିଛି ନାଉଗାଁ ପୋଲିସ। ସୂଚନା ଅନୁସାରେ ନାଉଗାଁ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଦେବୀ ନଦୀରୁ ୨ଟି ଟ୍ରାକ୍ଟରରେ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରି ଦୁଇଟି ଟ୍ରାକ୍ଟରକୁ ଜବତ କରିବା ସହି ଏହି କାରବାରରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ ଉର ଗ୍ରାମର ପ୍ରକାଶ ମଲ୍ଲିକ ଓ ଗାରୋଇ ଗ୍ରାମର ରବୀନ୍ଦ୍ର ବିଶ୍ୱାଳଙ୍କୁ ଗିରଫ କରିଥିଲା ପୋଲିସ।