ବଡସାହି: ବାଛୁରୀପଡା ଗାଁରେ ଘରେ କେହି ନଥିବାର ସୁଯୋଗନେଇ ତାଲା ଭାଙ୍ଗି ସୁନାରୂପା ଅଳଙ୍କାର ସମେତ ମୋବାଇଲ ଓ ନଗଦ ଟଙ୍କା ଚୋରି ଅଭିଯୋଗରେ ମାମଲା ରୁଜୁ
ବୈଶିଙ୍ଗାଥାନା ଅଧୀନ ବାଛୁରୀପଡା ଗାଁରେ ଘରେ କେହିନଥିବାର ସୁଯୋଗନେଇ ଦୁର୍ବୁତ୍ତମାନେ କଳାକନା ବୁଲାଇବା ଘଟଣାରେ ଶନିବାର ଅପରାହ୍ନ ୫ଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ପୁଲିସ l ସୂଚନା ମୁତାବକ ବାଛୁରୀପଡା ଗ୍ରାମର ମଧୂସୁଦନ ସାହୁ ଓ ତାଙ୍କ ସ୍ତ୍ରୀ ନିଜ ଝିଅର ସ୍ଵାସ୍ଥ୍ୟପରୀକ୍ଷା ପାଇଁ ବାଲେଶ୍ବର ଡ଼ାକ୍ତରଖାନାକୁ ଯାଇଥିବାବେଳେ ସେଠାରେ କାମସାରି ଘରକୁ ଫେରିବାପରେ ମୂଖ୍ୟ ଦରଜାରେ ତାଲା ଭଙ୍ଗା ଯାଇଥିବାର ଦେଖିବାକୁ ପାଇଥିଲେ l