ଜଗତସିଂହପୁର: ନାଉଗାଁ ପୋଲିସ ପକ୍ଷରୁ କଣ୍ଟୁଣିଆ ନିକଟରୁ ଧରା ଯାଇଥିବା ଚୋରା ମଦ ବ୍ୟବସାୟୀଙ୍କୁ କରାଗଲା କୋର୍ଟ ଚାଲାଣ
ନାଉଗାଁ ପୋଲିସ ପକ୍ଷରୁ କଣ୍ଟୁଣିଆ ନିକଟରୁ ଧରା ଯାଇଥିବା ଚୋରା ମଦ ବ୍ୟବସାୟୀକୁ କରାଗଲା କୋର୍ଟ ଚାଲାଣ । ସୂଚନା ମୁତାବକ ନାଉଗାଁ ପୋଲିସ ଗତକାଲି ପାଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ସୂଚନା ପାଇଁ କଣ୍ଟୁଣିଆ ନିକଟରେ ଅତର୍କିତ ଭାବେ ଚଢ଼ାଉ କରି ବିପୁଳ ପରିମାଣରେ ଚୋରା ମଦ ଜବତ କରିବା ସହିତ, ଏହି କାରବାରରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଜିତେନ୍ଦ୍ର ଭୋଇଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ତେବେ ଆଜି ସମ୍ପୃକ୍ତ ଅଭିଯୁକ୍ତ ଜିତେନ୍ଦ୍ର ଭୋଇର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ମିଳିଛି ।