ସୁନ୍ଦରଗଡ ସହର: ଶଙ୍କରା ଶିକ୍ଷକ ପ୍ରଶିକ୍ଷଣ ଓ ତାଲିମ କେନ୍ଦ୍ର ପରିସରରେ ଥିବା ଏକ ସେଫ୍ଟି ଟ୍ୟାଙ୍କି ମଧ୍ୟରୁ ଏକ ଗାଈ ଉଦ୍ଧାର
ଆଜି ନଭେମ୍ୱର 3 ତାରିଖ ସୋମବାର ରାତି 8:35 ପାଖାପାଖି ସମୟରେ ଏହି ଘଟଣା ଲୋକଙ୍କ କାନକୁ ଶୁଭିବା ପରେ ଶବ୍ଦ ବାରି ସଞ୍ଜୀବ ପଟେଲ ନାମକ ଜଣେ ଶିକ୍ଷକ ତଥା ସମାଜ ସେବୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ଅଗ୍ନି ଶମ ବାହିନୀକୁ ସୂଚନା ଦେଇଥିଲେ। DIET ବା ଶିକ୍ଷକ ପ୍ରଶିକ୍ଷଣ ଓ ତାଲିମ କେନ୍ଦ୍ରର ଏକ ଖୋଲା ପାଇଖାନା ଟାଙ୍କିରେ ପଡି ଗାଈ ଟି ଭୟରେ ଚିତ୍କାର କରୁଥିଲା। ତେବେ ସମ୍ପୃକ୍ତ ଶିକ୍ଷକଙ୍କ ସୂଚନା କ୍ରମେ ସୁନ୍ଦରଗଡ଼ ଅଗ୍ନି ଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଗାଈକୁ ଉଦ୍ଧାର କରିଛନ୍ତି।