କେନ୍ଦୁଝର ସଦର: ଜ୍ୟୋତିପୁରରେ ପହଞ୍ଚିଲେ ୧୪ ଟିକିଆ ହାତୀପଲ
ମୟୂରଭଞ୍ଜ କୁ ପଳାଇଥିବା ହାତୀପଲ ପୁନର୍ବାର କେନ୍ଦୁଝର ଫେରିଥିବା ବେଳେ ଏହି ପଲ ଭାଗ ଭାଗ ହୋଇ ବିଭିନ୍ନ ଅଞ୍ଚଳରେ ଘୁରି ବୁଲୁଛନ୍ତି।ଆଜି ୫.୩୦ ସମୟରେ ଏହି ହାତୀ ମଧ୍ୟରୁ ୧୪ ଟିକିଆ ହାତୀ ପଲ ରାସ୍ତା ଦେଇ ଯାଉଥିବା ବେଳେ ରାସ୍ତାର ଦୁଇ ପାର୍ଶ୍ଵ ରେ ଗାଡ଼ି ଅଟକି ରହିଥିଲା ,ଯାହାଫଳରେ କିଛି ସମୟ ପାଇଁ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।