ଜିଲ୍ଲା ଓ ସମଗ୍ର ଓଡ଼ିଶାରେ ବଢ଼ୁଥିବା ଅପରାଧ ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପରିସ୍ଥିତିକୁ ନେଇ ସର୍କିଟ ହାଉସ ଠାରେ ପୁର୍ବତନ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ନରସିଂହ ମିଶ୍ର ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ସେ ବଲାଙ୍ଗୀର ସର୍କିଟ ହାଉସରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଲାଣୀରେ କହିଛନ୍ତି ଯେ, ରାଜ୍ୟରେ ନିତି ଓ ଶାସନ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଛି। ଅପରାଧୀମାନେ ନିର୍ଭୟ ହୋଇ ଘଟଣା ସଂଘଟିତ କରୁଛନ୍ତି, ଯାହା ନେଇ ଜନମାନସ ମଧ୍ୟରେ ଭୟ ଓ ଅସୁରକ୍ଷାର ଭାବ ପ୍ରବଳ ହୋଇଛି। ସେ ରାଜ୍ୟ ସରକାର ଠାରୁ ଶୀଘ୍ର ଓ କଡ଼ା ପଦକ୍ଷେପ ନେବାକୁ ଦାବି କରିଛନ୍ତି।