ବାଲିିଅନ୍ତା: ବୁଧିପଡା ଛକରେ ସ୍କୁଟି ଓ ବାଇକ ମଧ୍ୟରେ ଦୁର୍ଘଟଣା , ୧ଆହତ
ରାଜଧାନୀ ଉପକଣ୍ଠ ବାଲିଅନ୍ତା ନିକଟସ୍ଥ ବୁଧିପଡା ଛକ ଠାରେ ରବିବାର ଅପରାହ୍ନ ପ୍ରାୟ ଛଅଟା ବେଳେ ସ୍କୁଟି ଓ ବାଇକ ମଧ୍ୟରେ ଦୁର୍ଘଟଣା ଘଟଥିଲା। ସୂଚନା ଅନୁଯାୟୀ ଦୁଇଟି ଗାଡ଼ି ସମାନ ଦିଗରେ ଯାଉଥିବା ବେଳେ ବାଇକଟି ସ୍କୁଟି ଚାଳକଙ୍କୁ ସାଇଟ ମାରିଥଲା । ଫଳରେ ଉଭୟ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ବାଇକ ଚାଳକ ଆହତ ହୋଇଛନ୍ତି।ସ୍ଥାନୀୟ ଲୋକେ ବାଇକ ଚାଳକଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ