ସୁନ୍ଦରଗଡ ସହର: ହେମଗିର ସାର୍ବଜନୀନ ଦୂର୍ଗାପୂଜା ମଣ୍ଡପରେ ମା ଦୁର୍ଗା ଦେବୀଙ୍କ ପ୍ରଥମ ନିତିକାନ୍ତି ଆରମ୍ଭ
ଆଜି ସେପ୍ଟେମ୍ୱର 28 ତାରିଖ ରବିବାର ମହାଷଷ୍ଠୀ ମା ଦୁର୍ଗା ଦେବୀଙ୍କ ଷୋଡ଼ଶ ପୂଜା ଆରମ୍ଭ। ହେମଗିରେ ପ୍ରସିଦ୍ଧ ଦୁର୍ଗା ପୂଜାର ଘଣ୍ଟ ଆଜି ରାତି 9:30 ରେ ବାଜିଛି। ପୂଜା କମିଟି ମାଙ୍କ ବିଲ୍ଵ ବରଣ ବା ଆମନ୍ତ୍ରଣ ଅଧିବାସ ପୂଜା କର୍ମ କରିଛନ୍ତି। ଆସନ୍ତା କାଲି ସକାଳୁ ମାଙ୍କ ସପ୍ତମୀ ପୂଜା କରାଯିବ। ହେମଗିର ପୂଜା କମିଟି ମାଙ୍କ ଏହି ରହଣୀ ସମୟ ବା ପାର୍ବଣ ସମୟକୁ ଅତି ଆକର୍ଷଣୀୟ କରି ପାଳିଥାଏ। ଆଜି ସେହି କ୍ରମରେ ପୂଜା ମଣ୍ଡପ, ପୂଜା ସ୍ଥଳ ଓ ସର୍ବୋପରି ହେମଗିରକୁ ସାତ୍ୱିକ ବାତାବରଣରେ ଆଚ୍ଛାଦିତ କରିବା ନେଇ ଆଜି ଶ୍ରୀକ୍ଷେତ୍ର ଧାମ ପୁରୀର କଳାକାର ମାନଙ୍କ ଦ୍ବାରା ଭଜନ ସନ୍ଧ୍ୟା