କୋରାପୁଟ ସହର: କୋରାପୁଟ ସରକାରୀ ଡିଏଭି ମହାବିଦ୍ୟାଳୟରେ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ
ମଙ୍ଗଳବାର ସରକାରୀ ଡିଏଭି ମହାବିଦ୍ୟାଳୟ ଠାରେ ସ୍ୱାବଲମ୍ବୀ ଭାରତ ଅଭିଯାନ ଅନ୍ତର୍ଗତ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଦିନ ୨ଟା ସମୟର କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସୁନୀଲ କୁମାର ଗଡନାୟକ ଅଧ୍ୟକ୍ଷତା କରି ରୋଜଗାର ପାଇଁ କେବଳ ଚାକିରୀ ପଛରେ ନ ଗୋଡେଇ ଉଦ୍ୟୋକ୍ତା ହେବାପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ସ୍ବଦେଶୀ ଜାଗରଣ ମଞ୍ଚର ପୂର୍ବ କ୍ଷେତ୍ର ସଂଯୋଜକ ଅନ୍ନଦା ଶଙ୍କର ପାଣିଗ୍ରାହୀ ଯୋଗଦେଇ ଦେଶରୁ ବେରୋଜଗାରି ସମାପ୍ତ କରିବାକୁ ହେଲେ ଉଦ୍ୟମିତା ମାଧ୍ୟମରେ ସ୍ଵ ରୋଜଗାର ସ୍ଥାପନ କରି ଦେଶକୁ ସମୃଦ୍ଧ କରାଯାଇପାରିବ