ରାସଗୋବିନ୍ଦପୁର: କିଷାନତାଣ୍ଡି ଗ୍ରାମରେ ତାଲାଭାଙ୍ଗି ରୂପା ଅଳଙ୍କାର ସମେତ ନଗଦ ୫ହଜାର ଟଙ୍କା ଚୋରି ଘଟଣାରେ ସାଇଣ୍ଟିଫିକଟିମର ତଦନ୍ତ, ମାମଲା ରୁଜୁକଲା ପୁଲିସ
ମୋରଡା ବ୍ଲକ ବଡଜାମବଣି ଫାଣ୍ଡି ଅଧୀନ ଭାଲିଆଡିହା ପଞ୍ଚାୟତ ଅନ୍ତର୍ଗତ ବାରମାଇଲ ଉପକଣ୍ଠ କିଶାନତାଣ୍ଡି ଗ୍ରାମରୁ ତାଲା ଭାଙ୍ଗି ରୁପା ଅଳଙ୍କାର ସମେତ ନଗଦ ଚୋରି ଘଟଣାରେ ଗୁରୁବାର ଅପରାହ୍ନ ଦୁଇଟରେ ସାଇଣ୍ଟିଫିକ ଟିମ ସହାୟତାରେ ସରଜମିନ ତଦନ୍ତ କରିବା ସହିତ ମାମଲା ରୁଜୁ କରିଛି ପୁଲିସ l ଏତଲାକାରିଣୀ ସୁମିତ୍ରା ପୂରଧୁଲଙ୍କ ଅଭିଯୋଗ ମୁତାବକ ସେ ବାଙ୍ଗିରିପୋଷି ଯାଇଥିବାବେଳେ ଏହାର ସୁଯୋଗନେଇ ଚୋରମାନେ ତାଲା ଭାଙ୍ଗି ଲୁଟପାଟ କରିଥିଲେ l