ମାହାଙ୍ଗା: ଅଳିଯୋଡ଼ା ଠାରେ ବିଧାୟକଙ୍କ ଉପସ୍ଥିତିରେ ମାହାଙ୍ଗା ବ୍ଲକର ୬୦ରୁ ଉର୍ଦ୍ଧ୍ବ କର୍ମୀ ଅନ୍ୟ ଦଳ ଛାଡି ବିଜେଡିରେ ସାମିଲ
ଆଜି ଅପରାହ୍ନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅଳିଯୋଡ଼ା ଠାରେ ବିଧାୟକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ମାହାଙ୍ଗା ବ୍ଲକର ୬୦ରୁ ଉର୍ଦ୍ଧ୍ବ କର୍ମୀ ଅନ୍ୟ ଦଳ ଛାଡି ବିଜେଡିରେ ଯୋଗଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଓ ବିଧାୟକ ପ୍ରତାପ ଜେନାଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ଯୋଗଦାନ କରିଛନ୍ତି। ବିଧାୟକ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ।