ଦେବଗଡ: ଦେବଗଡ଼ରେ ଭୂକମ୍ପର ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ରହିଛି 3.9
ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ଚଡ଼େଇମରା ଅଞ୍ଚଳରେ ସୋମବାର ରାତି 10:48 ସମୟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.9 ଥିଲା ଏବଂ ଏହାର ଉତ୍ପତ୍ତିସ୍ଥଳ ଭୂପୃଷ୍ଠରୁ 20 କିଲୋମିଟର ଗଭୀରରେ ଥିଲା ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି।