ଭଦ୍ରକ ଗ୍ରାମାଞ୍ଚଳ: ଦୁଇ ଦିନ ହେବ ଭଦ୍ରକ ମେଡିକାଲ ରେ ଅଚଳ ସିଟି ସ୍କାନ, ହନ୍ତସନ୍ତ ରୋଗୀ
ଦୁଇ ଦିନ ହେବ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ କାମ କରୁନି ସିଟି ସ୍କାନ ମେସିନ,ହନ୍ତସନ୍ତ ହେଉଛନ୍ତି ରୋଗୀ,ଯାହାକୁ ନେଇ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି,ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଉପରେ ତିନୋଟି ଜିଲ୍ଲାର ରୋଗୀ ନିର୍ଭର କରୁଥିବା ବେଳେ ମେଡ଼ିକାଲରେ ଏକମାତ୍ର ସିଟି ସ୍କାନ ମେସିନ ରହିଛି ଫଳରେ ଅନେକ ରୋଗୀ ଓ ସେମାନଙ୍କ ସଂପର୍କୀୟ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ସହିତ ହତାଶ ହୋଇ ଫେରୁଛନ୍ତି। ସ୍ୱାସ୍ଥ୍ୟ ବିଭାଗ ସହିତ ପ୍ରଶାସନ ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାକୁ ଦାବୀ ହୋଇଛି, ଏହି ଖବର ଆଜି ଦିନ 12'ଟାରେ ହସ୍ତଗତ ହୋଇଛି