ବଡଚଣା: ବଡ଼ଚଣା ଛକରେ ଅଘଟଣ,ଫିଲ୍ମ ଷ୍ଟାଇଲରେ ଓଲଟି ଗଛରେ ଝୁଲି ରହିଲା କାର ଗାଡି,ବଡ଼ଚଣା ପୋଲିସ ଦ୍ୱାରା କାର ଚାଳକ ଉଦ୍ଧାର
ବଡ଼ଚଣା ଛକରେ ଅଘଟଣ,ଫିଲ୍ମ ଷ୍ଟାଇଲରେ ଓଲଟି ଗଛରେ ଝୁଲି ରହିଲା କାର ଗାଡି,ବଡ଼ଚଣା ପୋଲିସ ଦ୍ୱାରା କାର ଚାଳକ ଉଦ୍ଧାର l ଏକ କାର ଗାଡି ଦ୍ରୁତଗତିରେ ଚଣ୍ଡିଖୋଲ ଆଡୁ ଆସୁଥିଲା l ହଠାତ କୌଣସି କାରଣରୁ କାର ଚାଳକ ଗାଡିର ଭାରସାମ୍ୟ ହରାଇ ବଡ଼ଚଣା ଛକ ରାସ୍ତା କଡରେ ଥିବା ଏକ ଗଛ ଉପରେ ଚଢାଇ ଦେଇଥିଲେ l ଫଳରେ କାର ଗାଡି ସହିତ ଚାଳକ ଗଛରେ ଓହଳି ରହିଲେ l ସେପଟେ ବଡ଼ଚଣା ପୋଲିସ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଂଚି କାର ଗାଡି ଡ୍ରାଇଭରକୁ ଉଦ୍ଧାର କରିଥିଲେ l ଏଥିସହିତ ଦୁର୍ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି l