ଚମ୍ପୁଆ: କାଶିଆ ଛକ ନିକଟରେ ହାଇୱା ଚାପାରେ ମହିଳା ଗୁରୁତର
ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର କାଶିଆ ଛକ ନିକଟରେ ଆଜି ଏକ ହାଇୱା ମହିଳାଙ୍କ ଗୋଡ ଉପରେ ଚଢ଼ିଯିବା ଫଳରେ ମହିଳା ଜଣକ ଗୁରୁତର ହୋଇଛନ୍ତି। ତାଙ୍କୁ ବଡବିଲ ମେଡିକାଲ ନିଆ ଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରା ଯାଇଥିବା ସୂଚନା ରହିଛି।