ଯାଜପୁର: ଯାଜପୁର ଟାଉନ ଅଞ୍ଚଳରୁ ବେଆଇନ ଗୋଚଲାଣ ବନ୍ଦ କରିବା ଦାବିରେ ଶ୍ରୀରାମ ସେବା ସମତି ପକ୍ଷରୁ ଯାଜପୁର ଥାନାରେ ଦାବିପତ୍ର
Jajapur, Jajpur | Nov 12, 2025 ଯାଜପୁର ଟାଉନ ଅଞ୍ଚଳରୁ ବେଆଇନ ଗୋଚଲାଣ ବନ୍ଦ କରିବା ଦାବିରେ ଶ୍ରୀରାମ ସେବା ସମତି ପକ୍ଷରୁ ଯାଜପୁର ଥାନାରେ ଦାବିପତ୍ର କରାଯାଇଛି l ଗତ କିଛି ଦିନ ହେବ ଯାଜପୁର ଟାଉନ ଅଂଚଳରେ ବେଧଡକ ବେଆଇନ ଗୋଚାଲାଣ ହେଉଛି l ତେବେ ଏହା ଉପରେ ରୋକ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛି ଶ୍ରୀରାମ ସେବା ସମିତି l ଆଜି ଶ୍ରୀରାମ ସେବା ସମିତିର ସଭାପତିଙ୍କ ନେତୃତ୍ୱରେ ଅନେକ ସଦସ୍ୟ ଯାଜପୁର ଥାନାରେ ପହଂଚି ଏହି ବେଆଇନ ଗୋଚାଲାଣ କିଭଳି ବନ୍ଦ ହେବ ଥାନା ଅଧିକାରୀଙ୍କ ଦୃଷ୍ଟି ଆକ୍ରାଷଣ କରିଛନ୍ତି l