ଆଜି ଡିସେମ୍ବର 15 ସୋମବାର ପୂର୍ବାହ୍ନ 7ଟା ଠାରୁ ସନ୍ଧ୍ୟା 8 ଟା ପର୍ଯ୍ୟନ୍ତ ଏହି ବିସ୍ଥାପିତ ମାନେ ଦୁଲିଙ୍ଗା ରେଳ ଧାରଣା ନିକଟରେ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କମ୍ପାନୀ ତାଙ୍କ ବିସ୍ଥାପିତ ସମସ୍ୟାର ସମାଧାନ କରୁ ନ ଥିବାରୁ ସେମାନେ ବାଧ୍ୟ ହୋଇ ଏହି ପନ୍ଥା ବାଛି ଥିଲେ। ତେବେ ସନ୍ଧ୍ୟା 8 ଟା ପାଖାପାଖି ସମୟରେ ହେମଗିର ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ବିସ୍ଥାପିତ ମାନଙ୍କୁ ବୁଝାସୁଝା କରି ଆଲୋଚନା ପାଇଁ ଆସନ୍ତା କାଲି ମଙ୍ଗଳବାର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିବା ପାଇଁ କହିବାରୁ ସେମାନେ ଏହି ଆନ୍ଦୋଳନରୁ ବିରତ ହୋଇଛନ୍ତି। ତେବେ ବର୍ଷ ବର୍ଷ ଧରି କମ୍ପାନ