ଆଜି ଜାନୁଆରୀ 11 ତାରିଖ ରବିବାର ରାତି 9 ଟା ପାଖାପାଖି ସମୟରେ ଘଟିଛି ଏହି ଦୁର୍ଘଟଣା । ରାସ୍ତାରେ ଠିଆ ହୋଇ ରହି ଥିବା ଏକ ଟ୍ରକ ପଛରେ ପିଟିଛି କାର 25BH - 7880 J । କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚେପା ହୋଇ ଯାଇଛି। ତେବେ ବେଲୁନ ଯୋଗୁଁ ଚାଳକ ଓ ଯାତ୍ରୀ ରକ୍ଷା ପାଇଛନ୍ତି। ଅପରପକ୍ଷେ ଦୁର୍ଘଟଣା ଘଟିବା ପରେ ଟ୍ରକଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ତେବେ ସ୍ଥାନୀୟ ଲୋକେ କାର ଯାତ୍ରୀଙ୍କୁ ଉଦ୍ଧାର କରି ଭଷ୍ମା ପୋଲିସକୁ ସୂଚନା ଦେଇଥିବା ଜଣା ପଡିଛି।