ଘସିପୁରା: ରାମଚନ୍ଦ୍ରପୁର ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଜୟନ୍ତି ପାଳିତ
ଘସିପୁରା ବ୍ଳକ ଅନ୍ତର୍ଗତ ରାମଚନ୍ଦ୍ରପୁର ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଙ୍କ ୧୪୮ତମ ଜୟନ୍ତି ପାଳିତ ହୋଇଯାଇଛି । ସମାଜ ସାମ୍ବାଦିକ ଉମାକାନ୍ତ ସାହୁ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶତ୍ରୁଘ୍ନ ସାହୁ ଗୋପବନ୍ଧୁ ଙ୍କ ପ୍ରତିମୁର୍ତ୍ତି ରେ ପୂଷ୍ପମାଲ୍ୟ ଅର୍ପଣ କରିଥିଲେ । ବିଦ୍ୟାଳୟର ଅର୍ଜୁନ ଚରଣ ଗହଣ, ପ୍ରକାଶ ଚନ୍ଦ୍ର ମାଲିକ,ରୁଦ୍ରନାରାୟଣ ବେହେରା, ଶ୍ରୀଧର ସାହୁ ସମସ୍ତ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ ।