ରାୟଗଡା: ରାୟଗଡ଼ାରେ ଏନ୍ ବି ଡବ୍ଲୁ ବଳରେ ୫ ଜଣ ଗିରଫ
ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୫ ଜଣ ଅଭିଯୁକ୍ତଙ୍କୁ ଜାମିନ ବିହୀନ ପରଓ୍ବାନା ବଳରେ ଗିରଫ କରିଛି ପୋଲିସ। ମୁନିଗୁଡ଼ା, ଅମ୍ବାଦୋଳା, ଚନ୍ଦ୍ରପୁର ଓ ଚାନ୍ଦିଲି ଥାନା ଅଞ୍ଚଳରୁ ଏହି ଗିରଫଦାରୀ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।