ଅତାବିରା: *ଅତାବିରା ମାର୍କେଟରେ ଓଡିଶା ରାଜ୍ୟ କୃଷକ ସଂଗଠନର ବୈଠକ*
ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ଏକ ବୈଠକ ରବିବାର ସନ୍ଦ୍ୟା ୫ଟାରେ ଅତାବିରା ମାର୍କେଟରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ସଭାପତି ବୀରେନ୍ଦ୍ର କରଙ୍କ ସଭାପତିତ୍ବରେ ଏହି ବୈଠକରେ ସୋମବାର ଦିନ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସାକ୍ଷାତ କରି ଧାନ ସଂଗ୍ରହ, ବଂଚିତ ଥିବା ଚାଷୀଙ୍କ ପଂଜୀକରଣ ଆଦି ସମସ୍ୟା ଉପରେ ଆଲୋଚନା କରିବାର ନିଷ୍ପତ୍ତି ହୋଇଥିଲା।