କେନ୍ଦୁଝର ସହର: କେନ୍ଦୁଝର ବିଜେପି କାର୍ଯ୍ୟାଳୟରେ ତେଲକୋଇ ମଣ୍ତଳ କାର୍ଯ୍ୟକର୍ତ୍ତାଙ୍କୁ ନେଇ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ
କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଘଟିକା ସମୟରେ ପୂର୍ବତନ ସାଂସଦ ଅନନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ତେଲକୋଇ ମଣ୍ତଳ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତେଲକୋଇ ମଣ୍ତଳର ନେତା ଓ କର୍ମୀଙ୍କ ସମେତ ବହୁ ମଣ୍ତଳ ସଭାପତି ଏବଂ ନେତୃମଣ୍ଡଳ ସାମିଲ ହୋଇଥିଲେ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳ ସହ ପ୍ରତିଟି କର୍ମୀଙ୍କ ହାତ ମୁଠାକୁ କିପରି ମଜବୁତ୍ କରାଯିବ ସେନେଇ ଶ୍ରୀନାୟକ ଉପସ୍ଥିତଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।