ବେତନଟୀ ଥାନା ମୁକ୍ତାପୁର ପଞ୍ଚାୟତ ଅଧୀନ କରଞ୍ଜକୋଇଲି ଗ୍ରାମରେ ନିଶାଗ୍ରସ୍ତ ସ୍ୱାମୀ ସ୍ତ୍ରୀକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ନିସ୍ତୁକ ମାଡ଼ମାରି ଘରୁ ତଡ଼ିଦେବା ଅଭିଯୋଗରେ ଶନିବାର ରାତି ଏଗାରଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ବେତନଟୀ ପୁଲିସ l ଏତଲାକାରିଣୀ କରଞ୍ଜକୋଇଲି ଗ୍ରାମର ହିମାଂଶୁ ମହାନ୍ତଙ୍କ ସ୍ତ୍ରୀ ସଂଯୁକ୍ତା ମହାନ୍ତଙ୍କ ଅଭିଯୋଗ ମୁତାବକ ସେ ହିମାଂଶୁ ମହାନ୍ତଙ୍କୁ କୋର୍ଟରେ ବିବାହ କରିଥିଲେ l