ସୁନ୍ଦରଗଡ ସହର: ଟାଉନ ପୋଲିସର ଅଗ୍ନି ଅପରେସନ, ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ନୋଟିସ ଲକ୍ଷାଧିକ ଟଙ୍କା ମୂଲ୍ୟର ବାଣ ଜବତ
ଆଜି ସେପ୍ଟେମ୍ୱର 25 ତାରିଖ ଟାଉନ ପୋଲିସ ଟାଉନ ଥାନା ଅନ୍ତର୍ଗତ ବ୍ରାହ୍ମଣ ପଡ଼ା ଓ ସୁନାରି ପଡ଼ାରେ ଅପରେସନ ଅଗ୍ନିରେ ଦୁଇ ଅଭିଯୁକ୍ତଙ୍କୁ 35 BNS ରେ କୋର୍ଟ ନୋଟିସ ଦେବା ସହ ସେମାନଙ୍କ ନିକଟରୁ 13 କାର୍ଟୁନ୍ ବାଣ ଜବତ କରିଛନ୍ତି। ତେବେ ନୋଟିସ ପାଇଥିବା ଦୁଇ ଅଭିଯୁକ୍ତ ହେଲେ - ସୁନାରି ପଡ଼ାର ସୁଦିପ କୁମାର ପାଲ ଓ ବ୍ରାହ୍ମଣ ପଡ଼ାର ବଜରଙ୍ଗ ଅଗ୍ରୱାଲ। ବଜରଙ୍ଗ ଠାରୁ 7 କାର୍ଟୁନ୍ ବାଣ ଜବତ ହୋଇଥିବା ବେଳେ ସୁଦୀପ ନିକଟରୁ 6 କାର୍ଟୁନ୍ ବାଣ ଜବତ ହୋଇଛି। ତେବେ ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ 1 ଲକ୍ଷ 10 ହଜାର ଟଙ୍କା ହେବ ବୋଲି ସଦର ଏସ ଡି ପି ଓ ନିର୍ମଳ ମହାପାତ୍ର ଗଣ